ନୂଆଦିଲ୍ଲୀ : ରୁଷରେ ଶକ୍ତିଶାଳୀ ଭୂକମ୍ପ ପରେ ସୁନାମୀ ଆତଙ୍କ । କାମଚାଟକା ଉପକୂଳରେ ମାଡି ଆସିଲା ସୁନାମୀ । ଉପକୂଳକୁ ମାଡି ଆସିଲା ୧୫ ଫୁଟ ଉଚ୍ଚର ଜୁଆର । ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ସୂଚନା । ଜାପାନର ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ସୁନାମୀ । ଭାରତୀୟ ସମୟ ଭୋର ୪ଟା ୫୪ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଋଷର ୨୪ ଘଣ୍ଟାରେ ୨ ଶହ ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂମିକମ୍ପ ପରେ ଋଷ, ଜାପାନ ଓ ଆମେରିକାରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅପିଲ କରାଯାଇଛି । ୧୯୫୨ ମସିହା ପରେ ଋଷର କାମଚଟକାରେ ଏପରି ଶକ୍ତିଶାଳୀ ଭୂମିକମ୍ପ ଦେଖିବାକୁ ମିଳିଛି । ଜାପାନର ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ନେଇ ଅବଗତ କରାଯାଇଛି । ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି । ଉଦ୍ଧାରକାର୍ୟ୍ୟ ତ୍ବରାନ୍ବିତ କରିବା ପାଇଁ ପ୍ରସ୍ତୁତି ହୋଇଛି ।
Views: 28