ତାମିଲନାଡୁ : କୁଡ୍ଡାଲୋରରେ ଦୁଇ କାରକୁ ଧକ୍କା ଦେଲା ବସ । ଫଳରେ ୯ ଜଣଙ୍କର ଜୀବନ ଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସରକାରୀ ବସଟିର ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ୨ କାର ସହ ଧକ୍କା ହେଲା । ଦୁଇ ଗାଡିରେ ଥିବା ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ , ଅନ୍ୟ ଦୁଇଜଣ ବାଟୋଇ ଥିବା ଜଣାପଡିଛି । ଦୁର୍ଘଟଣା ପରେ ବସଟି ଜଳିଯାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ବର୍ଗକୁ ଅନୁକଂପାମୂଳକ ସହାୟତା ଘୋଷଣା କରିଛନ୍ତି ।
Views: 61











