ତେଲେଙ୍ଗାନା : ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାର ଶାଦ ନଗର ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏକ ଟ୍ୟାଙ୍କର ଟ୍ରକ ଅସାବଧାନାତା ଯୋଗୁଁ ବାଇକକୁ ଧକ୍କା ଦେଇଥିଲା । ଫଳରେ ମାଚେନ୍ଦର ଏବଂ ତାଙ୍କ ଝିଅ ମୈତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳେ ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା ।
ଏହି ଘଟଣାରେ ମଛେନ୍ଦର ତୁରନ୍ତ ମୃତ୍ୟୁବରଣ କରିଥିଲେ କିନ୍ତୁ ମୈତ୍ରୀ ଟାୟାର ତଳେ ଫସି ଯାଇଥିଲେ । ସେ କିଛି ସମୟ ପାଇଁ କାନ୍ଦି କାନ୍ଦି ସାହାଯ୍ୟ ପାଇଁ ନିବେଦନ କରିଥିଲେ । ତା’ପରେ ସେ ସେଠାରେ ଉପସ୍ଥିତ ତୈୟବ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଫୋନ୍ ଦେଇଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଫୋନ୍ କରିବାକୁ ଅନୁରୋଧ କରିଥିଲେ । ଏହା ଶୁଣି ସେଠାରେ ଉପସ୍ଥିତ ଲୋକଙ୍କ ଆଖି ଲୁହ ହୋଇଗଲା । ତୈୟବ ମୈତ୍ରୀଙ୍କ ଫୋନ୍ ରୁ ତାଙ୍କ ପରିବାରକୁ ଫୋନ୍ କରିବାକୁ ଯାଉଥିଲେ କିନ୍ତୁ ପରେ ମୈତ୍ରୀଙ୍କ ବନ୍ଧୁ ଫୋନ୍ କଲେ ଏବଂ ତାଙ୍କ ସାହାଯ୍ୟରେ ପରିବାରକୁ ଘଟଣା ବିଷୟରେ ଜଣାଇଲେ । କିଛି ସମୟ ପରେ ମୈତ୍ରୀଙ୍କ ମଧ୍ୟ ମୃତ୍ୟୁ ହୋଇଗଲା । ଟ୍ରକ୍ ଡ୍ରାଇଭରକୁ ଶାଦ ନଗର ପୋଲିସ ହେପାଜତକୁ ନେଇଛି ।
ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ବାପା-ଝିଅଙ୍କ ଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
କାବୁଲରେ ଖୋଲିବ ଭାରତୀୟ ଦୂତାବାସ
ନୂଆଦିଲ୍ଲୀ : ପୁଣି ଥରେ କାବୁଲରେ ଖୋଲିବ ଭାରତୀୟ ଦୂତାବାସ । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଘୋଷଣା । ତାଲିବାନ ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା...
ମହାକାଳପଡା ତହସିଲଦାର ଗିରଫ
ମହାକାଳପଡା : ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ...
କ୍ରାଇମବ୍ରାଞ୍ଚରେ ‘ବଣିକ’ ଅଧିକାରୀ
କଟକ : ଏସଆଇ ନିଯୁକ୍ତିରେ କେଳେଙ୍କାରୀ । ଗତକାଲି ‘ବଣିକ’ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ‘ବଣିକ’ ର ୩ ଅଧିକାରୀ...
ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ ; ଆବଶ୍ୟକ ହେଲେ ରୁଜୁ ହେବ ଦେଶଦ୍ରୋହ ମାମଲା
କଟକ : ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ସିପିଙ୍କ କଡା ଚେତାବନୀ । ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ କହିଲେ ପୋଲିସ...