ଜୟପୁର : ରାଜସ୍ଥାନରେ ୨୦୦ରୁ ୧୯୯ ବିଧାନସଭା କ୍ଷେତ୍ରରେ ମତଦାନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୧୮୬୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୫.୨୫ କୋଟି ଭୋଟର । ଗୋଟି ପ ର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ ସବୁଠି କଡା ସୁରକ୍ଷା । କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଛି ସିଧାସଳଖ ଲଢେଇ । ବର୍ତ୍ତମାନ କ୍ଷମତାରେ ଅଛି କଂଗ୍ରେସ। ଦଳରେ ପାଇଲଟ-ଗେହଲଟ ବିବାଦ ଥିଲେ ମଧ୍ୟ ଉଭୟ ନେତା, ଜୋରଦାର ପ୍ରଚାର କରିଥିଲେ।ସେପଟେ ରାଜସ୍ଥାନରେ ବିଜେପିର ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଦରା ରାଜେ ସିନ୍ଧିଆ। କିନ୍ତୁ ବିଜେପି ଦଳ କାହାକୁ ବି ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପ୍ରୋଜେକ୍ଟ କରି ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ହିଁ ରାଜସ୍ଥାନରେ ବଡ଼ ଚେହେରା ଥିଲେ। ତେଣୁ ଆଜି ଜନତା କାହାକୁ ବାଛିବେ, ତା ଉପରେ ସମସ୍ତଙ୍କ ନଜର ରହିଛି। ଡିସେମ୍ବର ୩ରେ ଗଣତି ରହିଛି ।
Views: 86