ଭୋଗରାଇ : ଠିକ୍ ସମୟରେ ଅଫିସ ଆସୁନାହାନ୍ତି ବିଡିଓ । ବଡିଓଙ୍କ ଅନୁପସ୍ଥିତିରେ ବ୍ଲକ କର୍ମଚାରୀ ଦେଖାଉଛନ୍ତି ଦବଙ୍ଗଗିରି । ବିଡିଓ କେତେବେଳେ ଆସିବେ ବୋଲି ପଚାରିବାରୁ ଚାପୁଡା ମାରିଲେ ମହିଳା କର୍ମଚାରୀ । ଅଫିସ ଖୋଲିବାର ସମୟ ସକାଳ ୧୦ଟା ହୋଇଥିବା ବେଳେ ଠିକ ସମୟରେ ଅପିସରେ ପହଁଚୁ ନାହାନ୍ତି ବିଡିଓ । ଅନେକ ଦିନ ଧରି ବିଡିଓ ଏପରି ମନମାନି କରୁଥିବା ହୋଇଛି ଅଭିଯୋଗ । ଭୋଗରାଇ ବ୍ଲକରେ କର୍ମଚାରୀଙ୍କ ଦବଙ୍ଗ ଗିରି। ଆଜି ସକାଳ ୧୦.୩୦ ମିନିଟ ପରେ ଘଟିଛି ଏଭଳି ଅପ୍ରୀତିକର ଘଟଣା । ଅଫିସରେ ବିଡ଼ିଓ ନଥିବା ବେଳେ ବ୍ୟବହାରରେ ଶାଳିନତା ରଖୁନାହାନ୍ତି ବ୍ଲକ ଅଫିସର କର୍ମଚାରୀ । ସାଧାରଣ ଲୋକେ ବିଡ଼ିଓଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ଅଫିସରେ କିନ୍ତୁ ବିଡିଓ ନ ଥିଲେ । ନିଜର ଗୁହାରି ଓ ଅଭିଯୋଗ ଜଣାଇବା ପାଇଁ ବିଡିଓଙ୍କୁ ଦେଖା କରିବାକୁ ବହୁ ଦୂରରୁ ଆସୁଛନ୍ତି ଲୋକେ । କିନ୍ତୁ ଅଫିସରେ ବିଡିଓ ଉପସ୍ଥିତ ରହୁ ନାହାନ୍ତି । ତେବେ ଏନେଇ ବିଡ଼ିଓ କୁଆଡେ ଯାଇଛନ୍ତି ବୋଲି ଜଣେ ସାମ୍ବାଦିକ ପିଅନ ଗୀତା ଜେନାଙ୍କୁ ପଚାରି ଥିଲେ। ତେବେ ଗୀତା ଜେନା ଏହାର କୈାଣସି ସନ୍ତୋଷଜନକ ଉତ୍ତର ନ ଦେଇ ସାମ୍ବାଦିକଙ୍କ ବୁମ୍ ପେଲି ଦେବା ସହିତ, ଅତର୍କିତ ଭାବେ ଆକ୍ରମଣ କରି ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ। ଏନେଇ ସାମ୍ବାଦିକ ଜଗନ୍ନାଥ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରୁଥିବା ଜଣା ପଡିଛି। ତେବେ ବିଡିଓ ବ୍ଲକ ଅଫିସ ନ ଆସି ମିଟିଂରେ ଥିବା କିମ୍ବା ଅନ୍ୟ କୈାଣସି କାର୍ଯ୍ୟରେ ଥିବା କର୍ମଚାରୀ ମାନେ କହୁଥିବା ବେଳେ ସାଧାରଣ ଲୋକେ କିନ୍ତୁ ହୀନସ୍ତା ହେଉଛନ୍ତି । ବାରମ୍ବାର ଅଫିସରେ ବିଡିଓ ଅନୁପସ୍ଥିତ ରହୁଥିବାରୁ ବିଭିନ୍ନ ନିଜର ସମସ୍ୟା ଜଣାଇପାରୁ ନାହାନ୍ତି । ସାଧାରଣରେ ପ୍ରଶ୍ନ ଉଠୁଛି କେତେ ଦିନ ଧର୍ି ଏଭଳି ହନ୍ତସନ୍ତ ହେବେ ଲୋକେ । ଜଣେ ସାଧାରଣ ଲୋକଙ୍କ ସମସ୍ୟା ଶୁଣିବାକୁ ଯଦି ବିଡିଓ ଅଫିସରେ ନ ରହିବେ ତେବେ ଲୋକେ ଗୁହାରୀ କରିବେ କାହାକୁ । ଆଗକୁ ସରକାରୀ ଅଫିସରେ ଏଭଳି ଅବ୍ୟବସ୍ଥା କେତେ ଦିନ ଲାଗି ରହିବ ତାହାକୁ ନେଇ ଉଠିଛି ପ୍ରଶ୍ନ । ବାଲେଶ୍ୱରରୁ ଅଜିତ ସାହୁଙ୍କ ରିପୋର୍ଟ ।
ଭୋଗରାଇ ବ୍ଲକରେ ମହିଳା କର୍ମଚାରୀଙ୍କ ଦବଙ୍ଗଗିରି

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...