The Ultimate Managed Hosting Platform
ADVERTISEMENT

ଭୂକମ୍ପରେ ଥରିଲା ମିଆଁମାର

Facebook
Twitter
LinkedIn

ନୂଆଦିଲ୍ଲୀ : ସକାଳୁ ସକାଳୁ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି । ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍କା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାର ଉତ୍ପତ୍ତି ସ୍ଥଳ ପଶ୍ଚିମବଙ୍ଗର ରାଜଧାନୀ କଲିକତା ଠାରୁ ମାତ୍ର ୮୯ କିମି ଦୂର ପୂର୍ବ-ଉତ୍ତର-ପୂର୍ବରେ ଥିଲା । ଏନସିଏସ ମୁତାବକ, ମଙ୍ଗଳବାର ସକାଳ ପ୍ରାୟ ୬ଟା ୧୦ରେ ମିଆଁମାରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂମିକମ୍ପର ଗଭୀରତା ୧୫ କିଲୋମିଟର ଥିଲା । ଏନସିଏସ ଅନୁଯାୟୀ, ଭୂମିକମ୍ପର ସଠିକ୍ ନିର୍ଦ୍ଦେଶାଙ୍କ ୨୪.୭୩ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୪.୬୩ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା । ଏପର୍ୟ୍ୟନ୍ତ, କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ଆସିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login