ଅଯୋଧ୍ୟା : ଭୂମିକମ୍ପ ଝଟକାରେ ଥରିଲା ଅଯୋଧ୍ୟା । ରବିବାର ରାତି ୧ଟାରେ ଅଯୋଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ଏହାର ତୀବ୍ରତା ୩.୬ ରହିଥିଲା ବୋଲି ଜଣାପଡିଛି ।
ତେବେ ଏହି ଝଟକାରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅଯୋଧ୍ୟା ଠାରୁ ୨୧୫ କିମି ଉତ୍ତରରେ ୧୦ କିମି ଗଭୀରତା ରହିଛି । ଗତକାଲି ନେପାଳର କାଠମାଣ୍ଡୁ ଏବଂ ଆଫଗାନିସ୍ତାନ ଫୈଜବାଦରେ ୪.୫ ତୀବ୍ରତାର ଭୂମିକମ୍ପ ଆସିଥିଲା । ଭୂକମ୍ପ ଝଟକା ସବୁବେଳେ ଉତ୍ତର ଭାରତରେ ହୋଇଥାଏ । ନେପାଳ ଝଟକା ପରେ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହା ପରେ ଅଯୋଧ୍ୟାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
Views: 90