The Ultimate Managed Hosting Platform
ADVERTISEMENT

ଭୂକମ୍ପରେ ଛାରଖାର ହୋଇଗଲା ମରକ୍କୋ ସହର , ବଢୁଛି ମୃତ୍ୟୁ ସଂଖ୍ୟା , ଅନେକ ଗୁରୁତର

Facebook
Twitter
LinkedIn

ନୂଆଦିଲ୍ଲୀ : ବଢିଚାଲିଛି ମରକ୍କୋ ଭୂକମ୍ପ ମୃତ୍ୟୁ ସଂଖ୍ୟା। ସେନା ଓ ଜରୁରୀକାଳୀନ କର୍ମଚାରୀମାନେ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୨୫ ଶହରେ ପହଞ୍ଚିଥିବା ବେଳେ ଏବେ ବି ଆହୁରି ଅନେକ ଧ୍ବଂସାବଶେଷ ତଳେ ରହିଥିବା ଆଶଙ୍କା କରାଯାଉଛି । ସେହି ଅନୁଯାୟୀ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବା ଆଶଙ୍କା କରାଯାଉଛି । ସେହିପରି ଗୁରୁତରଙ୍କ ସଂଖ୍ୟା ୧୪ ଶହରୁ ଅଧିକ ହେଲାଣି। ଖାଦ୍ୟ, ପାନୀୟ ଜଳ, ବାସଗୃହ ଭଳି ସଙ୍କଟରେ ଘାଣ୍ଟି ହେଉଥିବା ଭୂମିକମ୍ପ ପୀଡ଼ିତଙ୍କ ସହାୟତା ପାଇଁ ସାରା ବିଶ୍ୱ ଆଗେଇ ଆସିଥିବା ବେଳେ ମରକ୍କୋର ପ୍ରାୟ ୩ ଲକ୍ଷ ଲୋକ ଭୂମିକମ୍ପ ଯୋଗୁଁ ପ୍ରଭାବିତ ହୋଇଥିବା ଜାତିସଂଘ ଆକଳନ କରିଛି। ଗତ ଶୁକ୍ରବାର ମରକ୍କୋର ଐତିହାସିକ ମାରାକେଶ ସହରର ୭୨ କିଲୋମିଟର ଦକ୍ଷିଣ ପଶ୍ଚିମରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପରେ ମାରାକେଶ ସହର ଆଖପାଖର ଗାଁ ସମ୍ପୂର୍ଣ୍ଣ ଧ୍ୱଂସସ୍ତୁପରେ ପରିଣତ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login