The Ultimate Managed Hosting Platform
ADVERTISEMENT

ଭୁଲ ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : କ୍ଷମା ମାଗିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ସରମା । ଭୁଲ ଅନୁବାଦକୁ ନେଇ ବିବାଦ ଉପୁଜିବାରୁ ସେ କ୍ଷମା ମାଗିଛନ୍ତି । ଶ୍ରୀମଦ ଭଗବତ ଗୀତାର ଏକ ଶ୍ଲୋକ ଭୁଲ ଅନୁବାଦ ପାଇଁ ସେ ଭୁଲ ମାଗିବା ସହ ପୋଷ୍ଟକୁ ମଧ୍ୟ ଡିଲିଟ କରିଛନ୍ତି । ହିମନ୍ତଙ୍କ ଏକ ପୋଷ୍ଟକୁ ନେଇ ଉଠିଥିଲା ବିବାଦ । ନିଜର ପୋଷ୍ଟ ଡିଲିଟ କରିବା ପରେ ବିରୋଧିଙ୍କ ସମାଲୋଚନାର ଶିକାର ହୋଇଛନ୍ତି ସେ । ଅନେକ ନେତା ତାଙ୍କୁ ଜାତି ବିଭାଜନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଥିଲେ ।
ହିମନ୍ତ ବିଶ୍ବ ସରମା କହିଛନ୍ତି, ପ୍ରତିଦିନ ସକାଳେ ସେ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶ୍ରୀମଦ ଭଗବତ ଗୀତାର ଏକ ଶ୍ଲୋକ ଅପଲୋଡ କରନ୍ତି । ଏପର୍ୟ୍ୟନ୍ତ ସେ ୬୬୮ ଶ୍ଲୋକ ପୋଷ୍ଟ କରିଛି କରିଥିବା କଥା କହିଛନ୍ତି । ଏଥି ସହ ସେ କହିଛନ୍ତି, ତାଙ୍କ ଦଳର ଜଣେ ସଦସ୍ୟ ଅଧ୍ୟାୟ ୧୮ର ଶ୍ଲୋକ ୪୪କୁ ଭୁଲ ଅନୁବାଦ କରି ପୋଷ୍ଟ କରିଥିଲେ । ଭୁଲ ବୁଝିବା ମାତ୍ରେ ସେ ସଙ୍ଗେସଙ୍ଗେ ପୋଷ୍ଟକୁ ଡିଲିଟ କରିଥିଲେ । ମହାନ ସନ୍ଥ ଶ୍ରୀମନ୍ତ ସଙ୍କରଦେବଙ୍କ ନେତୃତ୍ୱରେ ସଂସ୍କାର ଆନ୍ଦୋଳନ ଯୋଗୁଁ ଆସାମ ରାଜ୍ୟ ଏକ ଜାତିବିହୀନ ସମାଜର ଏକ ଆଦର୍ଶ ଚିତ୍ର ଦେଖାଏ। ଯଦି ଏହି ପୋଷ୍ଟ କାହାକୁ ଆଘାତ ଦେଇଛି ତାହା ହେଲେ ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି ବୋଲି ମଧ୍ୟ ହିମନ୍ତ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login