ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ଓ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ । ୪୨ ଡିଗ୍ରୀ ସହ ଭୁବନେଶ୍ୱର ଓ ଝାରସୁଗୁଡା ସର୍ବାଧିକ ଉତ୍ତପ୍ତ ସହର । ସମ୍ବଲପୁର ୪୦.୬, ଚାନ୍ଦବାଲି ୪୦ , ହୀରାକୁଦ ୩୯.୪ ଡିଗ୍ରୀ , କେନ୍ଦୁଝର ୩୭.୨, ବାଲେଶ୍ୱର ୩୫.୮, ଗୋପାଳପୁର ୩୪.୮ ଡିଗ୍ରୀ ରେକର୍ଡ ।
ସେପଟେ କାଲିଠୁ ତାତିରେ ଲାଗିବ ବ୍ରେକ୍ । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ବାୟୁର ପ୍ରଭାବ କମିଛି। ଏହାସହ ଏକ ନିମ୍ନ ଚାପରେଖା ସୃଷ୍ଟି ହୋଇଛି । ପ୍ରଭାବରେ ତାତିରେ ବ୍ରେକ୍ ଲାଗିବା ସହ ପୁଣି କାଳବୈଶାଖୀ ବର୍ଷା ଜାରି ରହିବ । ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିପାଇଁ ୨୧ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା :
— Meteorological Centre, Bhubaneswar (@mcbbsr) April 15, 2023
ଭୁବନେଶ୍ୱର: ୪୧.୦ ଡ଼ିଗ୍ରୀ
ଝାରସୁଗୁଡା: ୪୧.୦ ଡ଼ିଗ୍ରୀ
ସମ୍ବଲପୁର: ୪୦.୬ ଡ଼ିଗ୍ରୀ
ଚାନ୍ଦବାଲି: ୪୦.୦ ଡ଼ିଗ୍ରୀ
ହୀରାକୁଦ: ୩୯.୪ ଡ଼ିଗ୍ରୀ
କେନ୍ଦୁଝର: ୩୭.୨ ଡ଼ିଗ୍ରୀ
ବାଲେଶ୍ୱର: ୩୫.୮ ଡ଼ିଗ୍ରୀ
ଗୋପାଳପୁର: ୩୪.୮ ଡ଼ିଗ୍ରୀ
ପୁରୀ:୩୩.୬ ଡ଼ିଗ୍ରୀ
ପାରାଦୀପ:୩୨.୦ ଡ଼ିଗ୍ରୀ