ଭୁବନେଶ୍ୱର :ପ୍ରବଳ ଗୀଷ୍ମ ପ୍ରବାହ ଜାରି । ତାତିରେ ସିଝୁଛନ୍ତି ଲୋକେ । ସକାଳ ହେଲେ ଘର ବାହାରିବା ସମ୍ଭବ ହେଉ ନାହିଁ । ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ପଶ୍ଚିମ । ଆକାଶରୁ ନିଆଁ ବର୍ଷୁଛି । ତତଲା ତାଓ୍ଵା ପାଲଟିଛି ସାରା ଓଡ଼ିଶା ।ଆଜି ରାଜଧାନୀ ଭୁବନେଶ୍ୱରରେ ଆଜି ବି ଗ୍ରୀଷ୍ମ ପ୍ରବାହ ଜାରି । ସକାଳ ସାଢେ ୮ ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୧.୮ ଡିଗ୍ରୀ ରେକର୍ଡ ।
ଆଜି ପାଇଁ ୮ ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ ଓ ବାଲେଶ୍ୱରକୁ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଦିଆଯାଇଛି । ସେହିପରି ୧୫ ତାରିଖରେ ୭ ଜିଲ୍ଲା ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ସୋନପୁର ଓ ବୌଦ୍ଧକୁ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
ଆଜି ରାଜଧାନୀ ଭୁବନେଶ୍ୱର ରେ ସକାଳ ୮.୩୦ ସୁଦ୍ଧା #୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ
— Meteorological Centre, Bhubaneswar (@mcbbsr) April 14, 2023
Views: 90