The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ

Facebook
Twitter
LinkedIn

ଭୁବନେଶ୍ୱର ; ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ବାରଣାସୀ ଯାଉଥିବା ବିମାନ । ଖରାପ ପାଗ ଯୋଗୁଁ ବିମାନର ଜରୁରୀ କାଳୀନ ଅବତରଣ ହୋଇଛି । କୁହୁଡି ପାଇଁ ମୁମ୍ବାଇ-ବାରଣାସୀ ଏୟାର ଇଣ୍ଡିଆ ବିମାନର ରୁଟ ଡାଇଭର୍ଟ ହୋଇଛି । ଅତଧିକ କୁହୁଡି କାରଣରୁ ବାରଣାସୀର ଲ୍ୟାଣ୍ଡିଂ କରିପାରିଲାନି ବିମାନ । ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । କୁହୁଡି ପାଇଁ ଭୁବନେଶ୍ୱରରୁ ୩ଟି ବିମାନ ବାତିଲ ହୋଇଥିବା ସୂଚନା ରହିଛି । ଭୁବନେଶ୍ୱରରୁ ଦିଲ୍ଲୀ ପାଇଁ ଦୁଇଟି ବିମାନ ଏବଂ କୋଚି ପାଇଁ ଗୋଟେ ବିମାନକୁ ରଦ୍ଦ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ । ସେହପିରି ଭୁବନେଶ୍ୱରରୁ କୋଚି ଯିବାକୁ ଥିବା ୧୧.୧୦ ର ବିମାନ ମଧ୍ୟ ରଦ୍ଦ କରିଛି ଏୟାର ଇଣ୍ଡିଆ । ଦିଲ୍ଲୀରେ ପ୍ରବଳ କୁହୁଡି ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଏୟାର ଇଣ୍ଡିଆ ଫ୍ଲାଇଟ କ୍ୟାନ୍ସଲକୁ ନେଇ ଯାତ୍ରୀଙ୍କ ମଧ୍ୟରେ ବଢ଼ିଛି ଅସନ୍ତୋଷ । ବର୍ତ୍ତମାନ ବିମାନ ବନ୍ଦର ବାହାରେ ଏକାଧିକ ଯାତ୍ରୀ ଅପେକ୍ଷା କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login