ଭୁବନେଶ୍ୱର : ଭୁବନେଶ୍ୱରରେ ରହିଛନ୍ତି ଜଣେ ପାକିସ୍ତାନୀ ମହିଳା । ଦୀର୍ଘ ମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ୱରରେ ରହିଛନ୍ତି । ଓଡିଆ ଯୁବକଙ୍କୁ ବିବାହ କରି ରାଜଧାନୀରେ ରହୁଥିବା ସୂଚନା । ତୁରନ୍ତ ପାକିସ୍ତାନ ଫେରି ଯିବାକୁ କମିଶନରେଟ ପୋଲିସର ନୋଟିସ । ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଛି। ଯେଉଁଥି ପାଇଁ ମହିଳା ଜଣକ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏଗଜିଟ୍ ଭିସା ଲାଗି କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ। କିନ୍ତୁ ସେ ଆବେଦନ ପଡି ରହିଥିଲା। ଏବେ ପହଲଗାଁଓ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ ପୋଲିସ ନୋଟିସ କରିଛି।
Views: 58











