The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ଛାତିଥରା ଘଟଣା , ନିଜେ ଜଳିଗଲେ ଆଇନଜୀବୀ

Facebook
Twitter
LinkedIn

ଭୁବନେଶ୍ୱର : ରାତି ଅଧରେ ପାଣ୍ଡରା ଅଞ୍ଚଳରେ ଛାତିଥରା ଘଟଣା । ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି । ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ୱର ପୋଲିସ ।
ସୂଚନା ମୁତାବକ ଦୀପକ ଜଣେ ଆଇନଜୀବୀ । ଦୀପକ ଜଣେ ଆଇନଜୀବୀ ଥିଲେ । ପତ୍ନୀ ଓ ୨ ସନ୍ତାନ ଓ ମାଆ ସହ ରହୁଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସ୍ତ୍ରୀ ଖାଇବା କହିବାରୁ ଛାତ ଉପରୁ ଆସି ପରେ ଖାଇବେ ବୋଲି କହିଥିଲେ । ଦୀପକଙ୍କ ଫେରିବାରେ ବିଳମ୍ବ ହେବାରୁ ୪ ମହଲା ଛାତ ଉପରକୁ ଯାଇଥିଲେ। ହେଲେ ସିଡି କବାଟ ବନ୍ଦ ଥିଲା । ପୋଡ଼ା ଗନ୍ଧ ସାଙ୍ଗକୁ ନିଆଁ ଦେଖି ପତ୍ନୀ ପାଟି କରିବାକୁ ପାଖ ପଡ଼ୋଶୀ ଆସି କବଟା ଭାଙ୍ଗିଥିଲେ । ସେତେବେଳକୁ ଦୀପକହ୍କ ଶରୀର ପୋଡ଼ି ଯାଇଥିଲା । ଦୀପକ ମାନସିକ ରୋଗରେ ଆକ୍ନାତ୍ର ଥିବା କୁହାଯାଉଛି । ଏଥିପାଇଁ ସେ ଔଷଧ ଖାଉଥିଲେ । ହେଲେ ଜୀବନ ହାରିବାର କାରଣ ଜଣାପଡ଼ିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login