ଭୁବନେଶ୍ୱର : ଭୁବନେଶ୍ୱରରେ ପହଁଚିଲେ ଓଡିଶା କଂଗ୍ରେସ ପ୍ରଭାରୀ । କଂଗ୍ରେସ ପଦଯାତ୍ରାରେ ସାମିଲ ହେବେ ଅଜୟ କୁମାର ଲଲୁ । ଦାୟିତ୍ୱ ଗ୍ରହଣ ପରେ ଅଜୟ ଲଲୁଙ୍କ ପ୍ରଥମ ଓଡିଶା ଗସ୍ତ । ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଭାରୀଙ୍କୁ ସ୍ୱାଗତ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସୁରେଶ ରାଉତରାୟ।ଅଜୟ କୁମାର ଲଲ୍ଲୁ କହିଛନ୍ତି ଜଗନ୍ନାଥଙ୍କ ଭୂମିକୁ ଆସି ମୁଁ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଛି। ଓଡ଼ିଶା ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଥିବାରୁ ମୁଁ ରାହୁଲ ଗାନ୍ଧୀ ଏବଂ ଏଆଇସିସି ସଭାପତିଙ୍କୁ ଧନ୍ୟବାଦ ଦେଉଛି। ପିସିସି ସଭାପତି ଏବଂ ରାଜ୍ୟ କଂଗ୍ରେସ ବରିଷ୍ଠ ନେତାଙ୍କୁ ନେଇ ରାଜ୍ୟ କଂଗ୍ରେସକୁ ମଜଭୁତ କରିବା ସହ ରାଜ୍ୟର ଉନ୍ନତି ପାଇଁ କାର୍ୟ୍ୟ କରିବୁ।ଦୁର୍ନୀତି, ଭାଷ୍ଟାଚାର, ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ ଲଢେଇ ଜାରି ରହିବ। କଂଗ୍ରେସ କର୍ମୀଙ୍କ ସାଥୀ ହୋଇ ଆଗକୁ ବଢ଼ିବୁ। ଉତ୍ତର ପ୍ରଦେଶ ଫର୍ମୁଲାକୁ ରାଜ୍ୟରେ ଲଗାଇବେ ନୂତନ ପ୍ରଭାରୀ। ପୁରା ଦେଶରେ ଆମେ ଡବଲ ଇଞ୍ଜିନ ସରକାରଙ୍କ ସହ ଲଢ଼ୁଛୁ। ଆମେ ଡରିବା ଲୋକ ନୁହେଁ, ଲଢ଼ିବା ଲୋକ। ରାହୁଲ ଗାନ୍ଧୀ ନ ଡରି ଲଢ଼ିବା ଶିଖାଇଛନ୍ତି। ଓଡ଼ିଶାରେ କଂଗ୍ରେସ ବହୁତ ବର୍ଷ ଲୋକଙ୍କ ସେଵା କରିଛି, ଲୋକଙ୍କ ଭାବନାକୁ ସମ୍ମାନ ଦେଇ ଶାସନ କରିଛି। ଏବେ ବିଗତ ବର୍ଷ ହେବ ଶାସନ ଠାରୁ ଦୁରେଇ ରହିଛି। କଂଗ୍ରେସ କିନ୍ତୁ ଆଗାମୀ ଦିନରେ ଆମେ ନିଶ୍ଚିତ ଶାସନକୁ ଫେରିବୁ। ପଞ୍ଚାୟତ ନିର୍ବାଚନ ପାଇଁ ଅଧ୍ୟକ୍ଷଙ୍କ ସହ ମିଶି ନକ୍ସା ପ୍ରସ୍ତୁତ କରିବୁ।
ଭୁବନେଶ୍ୱରରେ ଓଡିଶା କଂଗ୍ରେସ ପ୍ରଭାରୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଔଷଧୀୟ ଗୁଣରେ ଭରପୁର ରସୁଣ ; କ୍ୟାନ୍ସର ହେବାର ସମ୍ଭାବନାକୁ କମାଇଥାଏ !
ବ୍ୟୁରୋ : ବିଭିନ୍ନ ଔଷଧୀୟ ଗୁଣରେ ଭରା ରସୁଣ । ଏଥିରେ ପ୍ରୋଟିନ୍, ଭିଟାମିନ୍ ଏ, ବି, ସି , ଭରପୁର ମାତ୍ରାରେ ରହିଥାଏ । ରସୁଣ...
ପୋଲିସ SI ପରୀକ୍ଷା କେଁ ; ଲୁକ ଆଉଟ ସର୍କୁଲାର ଜାରି
ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା । ଜାରି ହେଲା ଲୁକଆଉଟ ସର୍କୁଲାର । ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ।...
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ
କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...
ସୁନା ପରେ ଏବେ ରୁପା ଦର ଉପରମୁହାଁ ; ରୁପା କେଜି ୧ ଲକ୍ଷ ୯୦ ହଜାର ଛୁଇଁଲାଣି
ବ୍ୟୁରୋ : ଧନତେରାସ ପୂର୍ବରୁ ସୁନା ରୁପା ଦର ଏବେ ବଢିବାରେ ଲାଗିଛି । ସୁନା ପରେ ଏବେ ରୁପା ଦର ଖୁବ ବଢିଲାଣି । ଅକ୍ଟୋବର...