ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ଏସବିଆଇ ଏଟିଏମରୁ ଲୁଟ । ଲିଙ୍ଗରାଜ ମନ୍ଦିର ନିକଟ ହାଟ ସାହିରେ ଥିବା ଏଟିଏମରୁ ଲୁଟ । ଗ୍ୟାସ କଟରରେ କାଟି ପ୍ରାୟ ୧୫ ଲକ୍ଷ ଲୁଟି ଥିବା ସୂଚନା । ଘଟଣା ସ୍ଥଳରେ ପହଁଚିଲା ଲିଙ୍ଗରାଜ ଥାନା ପୋଲିସ । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମ୍ରୁ ୧୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି । ବାରମ୍ବାର ଏଟିଏମ୍ ଲୁଟର ଘଟଣା ସାମ୍ନାକୁ ଆସୁଛି । ଏହା ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Views: 85











