The Ultimate Managed Hosting Platform
ADVERTISEMENT

ଭୁବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ରାଲି

Facebook
Twitter
LinkedIn

ବନେଶ୍ୱରରେ ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ରାଲି। ପିଏମଜିରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଏହି ବିଶାଳ ରାଲି ଯାଇଥିଲା। ଦାବି ପୂରଣ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ନବୀନ ନିବାସ ଚାଲ ଅଭିଯାନର ଆୟୋଜନ କରିଥିଲେ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଙ୍ଗନଓ୍ବାଡି କର୍ମୀମାନେ ଆଜି ଆସି ରାଜଧାନୀରେ ପହଞ୍ଚିଥିଲେ।

ତେବେ ନବୀନ ନିବାସ ଆଡ଼କୁ ଅଗ୍ରସର ହେବା ବେଳେ ରାଜମହଲ ଛକଠାରେ ରାସ୍ତାରେ ସେମାନଙ୍କୁ ପୋଲିସ ଅଟକାଇଥିଲା। ୮ ଦଫା ଦାବିରେ ଆଜିକୁ ୪୬ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି ଅଙ୍ଗନବାଡ଼ି କର୍ମୀ।

ତେବେ ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ। ତେବେ ଏକ ୮ ଜଣିଆ ପ୍ରତିନିଧି ଦଳକୁ ସେଠାରୁ ଆଲୋଚନା ପାଇଁ ନବୀନ ନିବାସ ନିଆଯାଇଛି। ବିଭିନ୍ନ ବର୍ଗର ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି, ସରକାରୀ ଚକିରି ମାନ୍ୟତା, ୬ ଜଣ ନିଲମ୍ବିତ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ଚଳାଇଛନ୍ତି। 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login