ନୂଆଦିଲ୍ଲୀ : ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ବାସଭବନରେ ବୁଧବାର ସକାଳୁ ସିବିଆଇ ଚଢ଼ାଇ ହେଉଛି। ମହାଦେବ ବେଟିଂ ଆପ୍ ମାମଲାରେ ବୁଧବାର ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କଂଗ୍ରେସ ମହାସଚିବ ତଥା ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀଲଙ୍କ ବାସଭବନରେ ଚଢାଉ କରିଛି। ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ଏକ ବୈଠକରେ ଯୋଗଦେବା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ଦଳର ଅଧିକାରୀମାନେ ରାୟପୁର ଏବଂ ଭିଲାଇରେ ପହଞ୍ଚିଥିଲେ। ଏକ ଏକ୍ସ ପୋଷ୍ଟ୍ରେ ଏନେଇ ସୂଚନା ପ୍ରଦାନ କରାଯାଇଛି। ମାର୍ଚ ୧୦ ତାରିଖରେ ସମାନ ମାମଲା ସହିତ ଜଡିତ ଦୁର୍ଗ ଜିଲ୍ଲାର ୧୪ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢାଉ କରାଯିବାର କିଛି ଦିନ ପରେ ଏହା ଆସିଛି।
Views: 21