ବଲାଙ୍ଗୀର : ତୀବ୍ର ହେଉଛି ଭୀମଭୋଇ ମେଡିକାଲ କଲେଜରେ ଆନେ୍ଦାଳନ । ଡାକ୍ତରଙ୍କ ଆନେ୍ଦାଳନ ତୀବ୍ର । ହାଉସ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଜୋରଦାର ଆନେ୍ଦାଳନ । ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ହାଉସ ସର୍ଜନ ଓ ଡାକ୍ତରଙ୍କ ପ୍ରତିବାଦ । ଓପିଡି ଆଗରେ ଧାରଣାରେ ବସିଲେ ଶତାଧିକ ଡାକ୍ତରୀ ଛାତ୍ର । ଡାକ୍ତରୀ ଛାତ୍ରଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ପୋଲିସ । ହାଉସ ସର୍ଜନ ଛାତ୍ରଙ୍କୁ ଆକ୍ରମଣ ପ୍ରତିବାଦରେ ଆନେ୍ଦାଳନ । ଆକ୍ରମଣକାରୀକୁ ଗିରଫ ସହ ଏନଏସଏ ଲାଗୁ କରିବାକୁ ଦାବି । ଆନେ୍ଦାଳନ ଯୋଗୁଁ ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ।
Views: 91











