ସମ୍ବଲପୁର ; ଭିସୁଟର ଆସୋସିଏଟ ପ୍ରଫେସର ନିଲମ୍ବିତ । ହ୍ୟୁମାନଟିଜ ବିଭାଗର ଆସୋସିଏଟ ପ୍ରଫେସର ଜୟପ୍ରକାଶ ପରମଗୁରୁ । ନିଲମ୍ବନ ସହ ଆସୋସିଏଟ ପ୍ରଫେସରଙ୍କ ବିରୋଧରେ ତଦନ୍ତ ଚାଲିବ । ନିୟମିତ କ୍ଲାସ ନ ଆସିବା ଓ ନିଶାସକ୍ତ ରହୁଥିବା ଅଭିଯୋଗ ଥିଲା । ଏହି ନିଲମ୍ବନ ସମୟରେ ସେ ପାଠ ପଢାଇ ପାରିବେ ନାହିଁ । ମୁଖ୍ୟ କାର୍ୟ୍ୟାଳୟକୁ ଆସି ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ବାୟୋମେଟ୍ରିକରେ ଦିନକୁ ଦୁଇଥର ଉପସ୍ଥାନ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କୁଳପତିଙ୍କ ବିନା ଅନୁମତିରେ ସେ ଛୁଟିରେ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦେଶ ରହିଛି । ପୂର୍ବରୁ ମଧ୍ୟ ନିଶାସେବନ କରି ଆସୁଥିବାରୁ ତାଙ୍କ ବିରୋଧରେ କେତେକ ମହିଳା ସହକର୍ମୀ ଅଭିଯୋଗ କରିଥିଲେ । ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଫେସର ଦୀପକ କୁମାର ସାହୁ କାର୍ୟ୍ୟରେ ଅବହେଳା ପାଇଁ ବିଭିନ୍ନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
Views: 23