ଜଗତସିଂହପୁର : ଜଗତସିଂହପୁର ଓ କଟକ ଡିଭିଜନ ଭିଜିଲାନ୍ସ ଟିମର ମିଳିତ ଚଢ଼ାଉ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଆର୍.ଆଇ ଧରାପଡ଼ିଛନ୍ତି। ବାଲିକୁଦା ତହସିଲ ବାହାରଣା ସର୍କଲ ଆରଆଇ ରମାକାନ୍ତ ବେହେରା ,ଶାରଣା ଗ୍ରାମର ନିକୁଞ୍ଜ କିଶୋର ସ୍ବାଇଁଙ୍କର ପାର୍ଟିସନ ସୁଟ କେଶର ଫଇସଲା କରିଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ।ଭିଜିଲାନ୍ସ ଟିମ ଦ୍ୱାରା ତାଙ୍କ ବାହାରଣା କାର୍ୟ୍ୟଳୟ ସମେତ କିଶୋର ନଗରସ୍ଥିତ ଭଡାଘର ଓ କଣ୍ଟିଲୋସ୍ଥିତ ପୈତୃକ ଘରେ ବର୍ତ୍ତମାନ ରେଡ଼ ଚାଲିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତକୁ ଭିଜିଲାନ୍ସ ଟିମ ନିଜ ହେପାଯତରେ ରଖିଛି ।
Views: 95