The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଡ କ୍ଲର୍କ

Facebook
Twitter
LinkedIn

ଅନୁୁଗୁଳ: ଭିଜିଲାନ୍ସ ଜାଲରେ ସିନିୟର ଆସିଷ୍ଟାଣ୍ଟ କ୍ଲର୍କ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକରେ ପୂର୍ବରୁ ପିଅନ ଥିବା ପୂର୍ଣ୍ଣଚନ୍ଦ୍ର ଭୁକ୍ତା ଏବେ ଅନୁଗୁଳ ଜିଲ୍ଲା ସ୍ପୋର୍ଟସ ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ କ୍ଲର୍କ ଭାବେ ଚାକିରୀ କରିଛନ୍ତି । ତେବେ ସେ କିଶୋରନଗର ବ୍ଲକରେ ଥିବା ବେଳେ ତାଙ୍କର ବକେୟା ଦରମା କାମ କିଛି ବାକି ଥିଲା । ଯେଉଁଥିପାଇଁ ସେ ସେଠାରେ ଥିବା ସିନିୟର ଆସିଷ୍ଟାଣ୍ଟ କ୍ଲର୍କ ନିତ୍ୟାନନ୍ଦ ଗାଈଗରିଆଙ୍କ ପାଖକୁ ବାରମ୍ବାର ଦୌଡୁଥିଲେ । ତେବେ ନିତ୍ୟାନନ୍ଦ ଟଙ୍କା ମାଗିବା ସହ ତାଙ୍କୁ ବାରମ୍ବାର ଦୌଡାଉଥିଲେ । ବାଧ୍ୟ ହୋଇ ପୂର୍ଣ୍ଣଚନ୍ଦ୍ର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଉ ଆଜି ପୂର୍ବ ଯୋଜନା ଅନୁଯାୟୀ ପୂର୍ଣ୍ଣଚନ୍ଦ୍ର ୧୦ ହଜାର ଟଙ୍କା ଲାଞ୍ଚ ନିତ୍ୟାନନ୍ଦଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ କାବୁ କରିବା ସହ ତାଙ୍କ ପାଖରୁ ୧୦ ହଜାର ଟଙ୍କା ଜବତ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login