The Ultimate Managed Hosting Platform
ADVERTISEMENT

ଭିଜିଲାନ୍ସ ଜାଲରେ ସବ୍ ରେଜିଷ୍ଟ୍ରାର

Facebook
Twitter
LinkedIn

ନୟାଗଡ : ନୟାଗଡ ସବ୍ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଟିମର ଚଢାଉ । ଏକସଙ୍ଗେ ସବ୍ ରେଜିଷ୍ଟ୍ରାରଙ୍କ ୬ଟି କରୁଛି ଭିଜିଲାନ୍ସ । ନୟାଗଡ ସ୍ଥିତ ଭଡା ଘର ଓ ଅଫିସରେ ଯାଞ୍ଚ କରୁଛି ଭିଜିଲାନ୍ସ । କେନ୍ଦ୍ରାପଡା ଜିଲ୍ଲାରେ ପୈତୃକ ଓ ସମ୍ପର୍କୀୟଙ୍କ ୪ଟି ଘରେ ଚଢାଉ । ସବରେଜିଷ୍ଟର ଶାଶ୍ୱତ କୁମାର ପଟ୍ଟନାୟକଙ୍କ ନୟାଗଡ଼ ଲେନ ୪ ସ୍ଥିତ ଭଡା ଘର, କେନ୍ଦ୍ରାପଡା ତଲବାରଙ୍ଗ ସ୍ଥିତ ଘର, ନୟାଗଡ଼ ସରକାରୀ କାର୍ୟ୍ୟାଳୟ, କେନ୍ଦ୍ରାପଡା କୁଦନଗରୀ ଅନ୍ତର୍ଗତ ତାଳ ଗାଁ ପୈତୃକ ଘର, ପେଣ୍ଠ ସ୍ଥିତ ସମ୍ପର୍କୀୟ ଘର ଓ ଅନ୍ୟ ଏକ ସ୍ଥାନରେ ଚଢ଼ାଉ ଚାଲିଛି । ୮ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ଚଢ଼ାଉରେ ସାମିଲ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login