କନ୍ଧମାଳ : ଭିଜିଲାନ୍ସ ଜାଲରେ ପିଇଓ । ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ପିଇଓ ଗିରଫ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୋଇରୀମାଣ୍ଡୁ ପିଇଓ ବିନାୟକ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତ ଫେବୃଆରୀରେ ବିନାୟକ ରାଜ୍ୟ ଅର୍ଥ କମିଶନ ଯୋଜନା ଅନୁଦାନରୁ ୧୨ ଲକ୍ଷ ୮୭ ହଜାର ଟଙ୍କା ହଡ଼ପ କରିଥିଲେ । ଅଭିଯୋଗ ପରେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଯାଞ୍ଚ ଚଳାଇଥିଲା । ଆଜି ବିନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି ।
Views: 21











