କଟକ : ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ଶିକ୍ଷକ । ୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ହଜାର ଜରିମାନା । ଏକ ସ୍କୁଲ ବିଲ୍ଡିଂ ନିର୍ମାଣ ଅର୍ଥ ହେରଫେର ଅଭିଯୋଗ ଥିଲା । ଗୁଣ୍ଡୁଳିଆ ଅପ ଗ୍ରେଡେଡ଼ ହାଇସ୍କୁଲର ସହକାରୀ ଶିକ୍ଷକ ସଞ୍ଜୟ କୁମାର ମଲ୍ଲିକ ଦୋଷୀ ସାବ୍ୟସ୍ତ । ବୌଦ୍ଧ ଜିଲ୍ଲା ବୁଢ଼ୀବଳଣ୍ଡ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ ବିଲ୍ଡିଂ ନିର୍ମାଣରେ ଅର୍ଥ ହେରଫେର ହୋଇଥିଲା । ସେତେବେଳେ ସେହି ସ୍କୁଲର କାର୍ୟ୍ୟକାରୀ ପ୍ରଧାନ ଶିକ୍ଷକ ଥିଲେ ସଞ୍ଜୟ ମଲ୍ଲିକ । ଦଣ୍ଡାଦେଶ ପରେ ଜେଲ ଗଲେ ଶିକ୍ଷକ ସଞ୍ଜୟ ମଲ୍ଲିକ । ସଞ୍ଜୟ ମଲ୍ଲିକଙ୍କୁ ଚାକିରୀରୁ ବହିସ୍କୃତ କରିବା ପାଇଁ ଲେଖିବ ଭିଜିଲାନ୍ସ ।
Views: 43











