କେନ୍ଦୁଝର : ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଡେପୁଟି କଲେକ୍ଟର । କେନ୍ଦୁଝର ଜିଲ୍ଲା ଭୂଅର୍ଜନ (ସାଧାରଣ) ଉପବିଭାଗର ଡେପୁଟି କଲେକ୍ଟର ଶରତ ଗିରି ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି । ଚିତ୍ରସେନ ବ୍ରହ୍ମଙ୍କଠାରୁ ୨୦ ନମ୍ବର ଜାତୀୟ ରାଜପଥ ବନାଯୋଡ଼ି ନିକଟରେ ଥିବା ୮ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ପାଇଁ ପାଖାପାଖି ୭ ଲକ୍ଷ ଟଙ୍କା ଧାର୍ୟ୍ୟ ହୋଇଥିବା ବେଳେ, ସେଥିରୁ ୧୦ପ୍ରତିଶତ ଟଙ୍କା ଲାଞ୍ଚ ହିସାବରେ ଚିତ୍ରସେନଙ୍କୁ ମାଗିଥିଲେ ଡେପୁଟି କଲେକ୍ଟର ଶରତ ଗିରି । ଆଜି ସେଥିରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଧରାପଡ଼ିବା ପରେ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭିଜିଲାନସ୍ ପକ୍ଷରୁ ସୂଚନା ମିଳିଛି ।
Views: 24