କୋରାପୁଟ : ଭିଜିଲାନ୍ସ ଜାଲରେ ଫରେଷ୍ଟର । ଭିଜିଲାନ୍ସ ଜାଲରେ କୋରାପୁଟ ଫରେଷ୍ଟର ନିରଞ୍ଜନ ଶତପଥୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ଭୁବନେଶ୍ୱର, ଜଗତସିଂହପୁର ଓ କୋରାପୁଟର ୫ଟି ସ୍ଥାନରେ ରେଡ । ଝାରପଡ଼ାରେ ଦୁଇଟି ତିନି ମହଲା ଘର, ଜଗତସିଂହପୁର ମୁକୁନ୍ଦପୁରରେ ଥିବା ପୈତୃକ ଘର, କୋରାପୁଟ ସେମିଳିଗୁଡ଼ା ଅଫିସ ଓ କ୍ବାଟର୍ସରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।୬ ଡିଏସପି , ୭ ଇନସ୍ପେକ୍ଟରଙ୍କୁ ନେଇ ଚାଲିଛି ଚଢାଉ । ଏବେବି ରେଡ୍ ଜାରି ଥିବା ବେଳେ , ଯାଞ୍ଚ ପରେ ମୋଟ ସଂପତ୍ତିର ପରିମାଣ ଜଣାପଡିବ ।
Views: 72











