ରାଉରକେଲା : ଭିଜିଲାନ୍ସ ଜାଲରେ ଇଏସଆଇ ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ । ଗ୍ୟାସ ମେକାନିକ ବିଶ୍ୱନାଥ ସିଂହଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀ ରଙ୍ଗବୋଳା ଟଙ୍କା ଜବତ କରିଛନ୍ତି । ଟିମ ଅଧିକାରୀ ଏକକାଳୀନ ତାଙ୍କ ଅଫିସ ଓ କାର୍ୟ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି । ମିଳିଥିବା ସୂଚନାମୁତାବକ ବିଶ୍ୱନାଥ ବାଲୁଘାଟ ବସ୍ତିରେ ରହନ୍ତି । ସେ ରୁପୁଟୋଲାରେ ଥିବା ଭାରତ ଗ୍ୟାସ ଏଜେନସିରେ ଚୁଲା ମେକାନିକ କାମ କରୁଥିଲେ । ଗତ ୨୦୨୦ ମେ ମାସରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା ।
Views: 89











