କୋରାପୁଟ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନନ୍ଦପୁର ବ୍ଲକ୍ ଶିକ୍ଷାଧିକାରୀ କାର୍ୟ୍ୟାଳୟର କିରାଣି ସମ୍ବିତ କୁମାର ତ୍ରିପାଠୀ । ଜଣେ ପ୍ରାଥମିକ ସ୍କୁଲ୍ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ । କୋରାପୁଟ ସିମିଳିଗୁଡ଼ାରେ ଚା’ଦୋକାନରେ ଲାଞ୍ଚ ଟଙ୍କା କାରବାର ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ବକେୟା ଦରମା କରାଇଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ୩୦ ହଜାର ଟଙ୍କା ଦାବିଥିଲା, ପ୍ରଥମ କିସ୍ତିରେ ନେଉଥିଲେ ୧୫ ହଜାର । ଭିଜିଲାନ୍ସ ପକ୍ଷରୁ କିରାଣିଙ୍କ ସିମିଳିଗୁଡ଼ା ଗାନ୍ଧିନଗର ସ୍ଥିତ ଭଡ଼ାଘର ଓ କାର୍ୟ୍ୟାଳୟରେ ରେଡ୍ ଜାରି ରହିଛି ।
Views: 29