The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଭିଜିବ ଉପାନ୍ତରୁ ଉପକୂଳ , ମିଳିବ ଗୁଳୁଗୁଳିରୁ ତ୍ରାହି

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲିଠାରୁ ପଶ୍ଚିମା ଝଡ ସମ୍ଭାବନା , ୧୭ ଯାଏଁ ଘଡଘଡି ସହ ବର୍ଷା । ଝଡ ପବନ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା । ଆସନ୍ତାକାଲି ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପ୍ରଭାବ ପଡିବା ସମ୍ଭାବନା । କେନ୍ଦୁଝର , ମୟୁରଭଂଜ , ବାଲେଶ୍ୱର , ଯାଜପୁର , ଭଦ୍ରକକୁ ଆଲର୍ଟ । ଢେଙ୍କାନାଳ , କେନ୍ଦ୍ରାପଡା , କୋରାପୁଟରେ ବର୍ଷା ସମ୍ଭାବନା । ରାୟଗଡା , ଗଜପତି କନ୍ଧମାଳରେ ବି ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।


ଆସନ୍ତା ୧୬ ରେ ସାରା ଓଡିଶାରେ ବର୍ଷା ସମ୍ଭାବନା । ଉତ୍ତର ଉପକୂଳର ୧୩ ଜିଲ୍ଲାରେ ୪୦/୫୦ କିମି ପବନ ଓ ବର୍ଷା ଆଶଙ୍କା । ୧୫ ତାରିଖରେ ଉତ୍ତର ଓ ଉପକୂଳ ଓଡିଶାରେ ଘଡଘଡି ସହ ବର୍ଷା ହେବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ୧୬ ଓ ୧୭ ତାରିଖରେ ପଶ୍ଚିମା ଝଡର ସର୍ବାଧିକ ପ୍ରଭାବ ରହିବ । ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଡ ପବନ ହେବ । ୧୬ରେ ୧୩ଟି ଜିଲ୍ଲା ଓ ୧୭ରରେ ୧୨ଟି ଜିଲ୍ଲାକୁ ବ୍ୱାର୍ଣ୍ଣିଂ । ବର୍ଷା ହେବା ଫଳରେ ଗରମ ଗୁଳୁଗୁଳି ରୁ ଲୋକଙ୍କୁ ତ୍ରାହି ମିଳିବ । ସେପଟେ ଗତ ଦୁଇ ଦିନ ଧରି ପାଗ ମେଘୁଆ ଥିବା ଦେଖା ଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login