ମୟୂରଭଞ୍ଜ : ଭାଲୁ କାମୁଡ଼ାରେ ଗୁରୁତର ବନ ସହାୟକ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନାଞ୍ଚଳର ସାତକୋଶିଆ ସଂରକ୍ଷିତ ଜଙ୍ଗଲରେ କାର୍ୟ୍ୟରତ ଥିବାବେଳେ ବନ ସହାୟକଙ୍କୁ ଆଜି ଦିନ ଭାଲୁ ଆକ୍ରମଣ କରିଛି। ମହୁଲଡିହା ସେକ୍ସନର ବନପାଳ ବିଶ୍ୱଜିତ ମହାନ୍ତ ଏବଂ ୩ ସହାୟକ କମ୍ପାର୍ଟମେଣ୍ଟ ୧୩ ସଂରକ୍ଷିତ ଜଙ୍ଗଲ ଭିତରେ ଚାଲୁଥିବା ବେଳେ ଆଗରେ ଥିବା କର୍ମୁ ମହାନ୍ତଙ୍କୁ ଭାଲୁ ସକାଳ ମାଡି ବସିଥିଲା। କର୍ମୁକୁ ଭାଲୁ କାମୁଡି ଥିବାବେଳେ ଅନ୍ୟମାନେ ସଙ୍ଗେ ସଙ୍ଗେ ଭାଲୁ ଉପରେ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣର ଶିକାର ହେବାରୁ କର୍ମୁକୁ ଛାଡି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବନପାଳ ଏବଂ ସହଯୋଗୀ ମିଶି କର୍ମୁଙ୍କୁ ସଙ୍ଗେ ସଙ୍ଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଭାଲୁ କାମୁଡାରେ ଗୁରୁତର ହୋଇଛନ୍ତି ବନ ସହାୟକ।
Views: 81











