କେନ୍ଦୁଝର: ଭାଲୁ ଆକ୍ରମଣରେ ମହିଳା ଗୁରୁତର । କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ କୁଦବେଡା ଗ୍ରାମରେ ଘଟିଛି ଘଟଣା ।କିଛି ଲୋକ ଦାନ୍ତ କାଠି ଭାଙ୍ଗିବା ନେଇ ଗାଁ ଜଙ୍ଗଲକୁ ଯାଇଥିବା ସମୟରେ ଗ୍ରାମର କଂସଲା ମୁଣ୍ଡା ଭାଲୁ ଆକ୍ରମଣ ଶିକାର ହୋଇଥିଲା । ଭାଲୁ ଆକ୍ରମଣରେ କଂସଲାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
Views: 78











