ଘଟଗାଁ : ଭାରସାମ୍ୟ ହରାଇ ଦୋକାନରେ ପଶିଲା ଟ୍ରଲର । ଦୁର୍ଘଟଣାରେ ୨ ଗୁରୁତର । କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବଜାରରେ ଅଘଟଣ । ସକାଳ ସମୟରେ ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଜଳଖିଆ ଦୋକାନ ଓ ମୁଢି ଦୋକାନରେ ଧକ୍କା ହୋଇଥିଲା । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତୁରୁମୁଙ୍ଗା ପୋଲିସ ପହଁଚି ତଦନ୍ତ କରୁଛି ।
Views: 84