ବରଗଡ : ଭାରସାମ୍ୟ ହରାଇ ଦୋକାନରେ ପିଟି ହେଲା ବୋଲେରୋ , ଚାଲିଗଲା୨ ଜୀବନ । ବରଗଡ଼ ଜିଲ୍ଲା ଭଟଲି ବିଜୟା ଛକ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରରେ ଅମ୍ବାଭୋନା ପଟୁ ଏକ ବୋଲେରୋ ଆସୁଥିବାବେଳେ ଭାରସାମ୍ୟ ହରାଇ ଦୋକାନରେ ପିଟି ହୋଇଯାଇଥିଲା । ପ୍ରଥମେ ଇଲେକ୍ଟ୍ରି ପୋଲରେ ଧକ୍କା ହେବା ପରେ ପାଖରେ ଥିବା ଦୋକାନରେ ପିଟି ହୋଇଯାଇଥିଲା । ଘଟଣା ସ୍ଥଳରେ ଭଟଲି ପୋଲିସ ପହଞ୍ଚି ତଦନ୍ତ କରୁଛି।
Views: 38