ତୁରୁମୁଙ୍ଗା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଆମ୍ବୁଲାନ୍ସ । ପୁଅର ମାନସିକ ପୁରଣ କରିବା ଘଟଗାଁ ମା ତାରିଣୀ ଦର୍ଶନ ସାରି ଘରୋଇ ଆମ୍ବୁଲାନ୍ସ ସହାୟତାରେ ଫେରୁଥିବା ସମୟରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୁରୁଣିଆ ନିକଟରେ ରାସ୍ତା କଡ଼ରେ ଥିବା ଗଛକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହେବା ସହ ୪ ଜଣ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ କଣ୍ଟିଆପଡା ପଞ୍ଚାୟତର ପୁର୍ବତନ ସରପଞ୍ଚ କନକ ଲତା ମହାନ୍ତ ତାଙ୍କ ପରିବାର ସହ ଘଟଗାଁ ଯାଇଥିଲେ ଦର୍ଶନ ସାରି ଘରକୁ ଫେରୁଥିବା ସମୟରେ ଘର ଠାରୁ ଦୁଇ କିଲୋମିଟର ପୂର୍ବରୁ ଏହି ଦୁର୍ଘଟଣା ଘଟିଛି ।
Views: 92











