ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଅଟୋ । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆ ନିକଟ ଘୋଡାଘାଟି ବାଙ୍କରେ ବିଲକାମ ପାଇଁ ଶ୍ରମିକଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣା ଗ୍ରସ୍ତ। ଠାକୁରମୁଣ୍ଡା- ଆନନ୍ଦପୁର ରାଜ ପଥରେ ଗତକାଲି ପୂର୍ବାହ୍ନରେ ଏକ ଅଟୋ ଓଲଟି ପଡିବାରୁ ୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।ଗୁରୁତର ଜଣକ ହେଉଛନ୍ତି ଧବଣୀ ଗ୍ରାମର ରେଞ୍ଜର ହାଇବୁରୁ ।ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗାୟଳମୁଣ୍ଡା ଗ୍ରାମପଞ୍ଚାୟତ ଅଧୀନ ଧବଣୀ ଗ୍ରାମରୁ ଏକ ଓଟୋରେ ୭ ଜଣ ଶ୍ରମିକ ଧାନ ବିଲରେ କାମ କରିବାକୁ କାଠକଟା ଗ୍ରାମକୁ ଧବଣୀ ଗ୍ରାମର ଜାଣ୍ଡୁକା ବିରୁଆ ନେଉଥିଲେ।ଦୁର୍ଘଟଣାପରେ ସ୍ଥାନୀୟ ଲୋକେ ଆହତ ଙ୍କ ମଧ୍ୟରୁ କେତେଜଣଙ୍କୁ ନିକଟରେ ଥିବା ସାତକୋଶିଆ ପ୍ରାଥମିକ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଅନ୍ୟ ଆହତ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଗୁରୁତର ରେଞ୍ଜର ହାଇବୁରୁ ଙ୍କୁ ଅଧିକ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଘଷିପୁରାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୬ ଆହତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...