The Ultimate Managed Hosting Platform
ADVERTISEMENT

ଭାରତ ୪ର୍ଥ ବୃହତ ଅର୍ଥନୈତିକ ଦେଶ ,ଜାପାନକୁ ଟପିଲା

Facebook
Twitter
LinkedIn

ନୂଆଦିଲ୍ଲୀ : ବିଶ୍ୱର ଚତୁର୍ଥ ବୃହତ ଅର୍ଥନୈତିକ ଦେଶ ପାଲଟିଲା ଭାରତ । ଜାପାନିକ ଟପି ପଞ୍ଚମରୁ ୪ର୍ଥ ସ୍ଥାନକୁ ଉନ୍ନତୀ ହେଲା ଭାରତ । ଏନେଇ ସୂଚନା ଦେଲେ ନିତି ଆୟୋଗ ସିଇଓ । ଆମେରିକା, ଚୀନ ଓ ଜର୍ମାନୀ ପରେ ଭାରତ ୪ର୍ଥ ସ୍ଥାନରେ । ଆଇଏମଏଫର ତଥ୍ୟ ଅନୁସାରେ ଭାରତ ଏବେ ୪ର୍ଥ ସ୍ଥାନରେ ରହିଛି । ଏବେ ଆମେ ୪ ଟ୍ରିଲିୟନ ଡାଲାର ଅର୍ଥନୀତିରେ ପାଲଟିଛୁ । ଆଗାମୀ ୍ଢେଇରୁ ତିନି ବର୍ଷ ମଧ୍ୟରେ ତୃତୀୟ ବୃହତ ଅର୍ଥନୀତି ହୋଇପାରିବୁ । ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଏହି ସ୍ଥାନ ହାସଲ କରିଛି । ଏବେ ଭାରତ ଆଗରେ ଅଛନ୍ତି ମାତ୍ର ୩ ଦେଶ, ଆମେରିକା, ଚୀନ ଓ ଜର୍ମାନୀ । ଗୋଟିଏ ପଟେ ଆମେରିକାର ଟାରିଫ୍ ଯୋଗୁଁ ବିଶ୍ବରେ ହଲଚଲ୍ ସୃଷ୍ଟି ହୋଇଛି । କିନ୍ତୁ ଏହି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମଧ୍ୟ ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ରୋକିପାରିଲା ନାହିଁ । ଖାଲି ଏତିକି ନୁହେଁ ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ଭାରତ ଦୀର୍ଘ ସମୟ ଧରି ବିଶ୍ୱର ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇଆସିଛି ଏବଂ ଏବେ ଏହା ଜାପାନକୁ ପଛରେ ପକାଇଛି । ବିଶ୍ବବ୍ୟାଙ୍କରୁ ନେଇ ଆଇଏମଏଫ ପର୍ୟ୍ୟନ୍ତ ସମସ୍ତେ ଭାରତର ଜିଡିପି ଗ୍ରୋଥକୁ ମାନିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login