The Ultimate Managed Hosting Platform
ADVERTISEMENT

 ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ :୧୦୦ତମ ଟେଷ୍ଟ ଖେଳିବେ ବିରାଟ କୋହଲି

Facebook
Twitter
LinkedIn

ଆଜିଠୁ ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ । ପୂର୍ବତନ ଭାରତୀୟ ଅଧିନାୟକ ତଥା ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚ୍ଚିତ ନାୟକ ବିରାଟ କୋହଲିଙ୍କର ଏହା ଶତକୀୟ ଟେଷ୍ଟ ହେବ । ସେଥିପାଇଁ ଏହି ମ୍ୟାଚ୍‌କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଭାରତୀୟ ଦଳ ମଧ୍ୟ କୋହଲିଙ୍କ ଏହି ମାଇଲଖୁଣ୍ଟ ମ୍ୟାଚ୍‌କୁ ସ୍ମରଣୀୟ କରିବା‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ । ଆଉ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ହିଟ୍ ମ୍ୟାନ୍ ରୋହିତ ଶର୍ମା ଏହି ମ୍ୟାଚ୍‌ରେ ନିଜ ଟେଷ୍ଟ ଅଧିନାୟଜ ଜୀବନ ଆରମ୍ଭ କରିବେ। ସେ ଭାରତର ୩୫ତମ ଟେଷ୍ଟ ଅଧିନାୟକ ହେବେ । ପୂର୍ବରୁ ଏହି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ ବୋଲି ଘୋଷଣା କରିଥିଲା ବିସିସିଆଇ ।ଭାରତରେ ଶ୍ରୀଲଙ୍କା ଏପର୍ଯ୍ୟନ୍ତ ୨୦ ଟେଷ୍ଟ ଖେଳିଛି । ସେଥିମଧ୍ୟରୁ ଗୋଟିଏ ହେଲେ ବି ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇନି। ଭାରତ ୧୧ ଟେଷ୍ଟ ଜିତିଥିଲା ବେଳେ ୯ ଟେଷ୍ଟ ଅମୀମାଂସିତ ରହିଛି। ଉଭୟ ଦଳ ମୋଟ ଉପରେ ୪୪ ଟେଷ୍ଟ ଖେଳିଛନ୍ତି । ସେଥିମଧ୍ୟରୁ ଭାରତ ୨୦ ଟେଷ୍ଟ ଜିତିଥିଲା ବେଳେ ଶ୍ରୀଲଙ୍କା ୭ ମ୍ୟାଚ୍ ଜିତିଛି । ଏପରିକି ମୁଥିୟା ମୁରଲୀଧରନ୍, ଚାମିଣ୍ଡା ଭାସ୍, କୁମାର ସାଙ୍ଗାକାରା ଏବଂ ସନଥ ଜୟସୂରିୟାଙ୍କୁ ନେଇ ଗଠିତ ମହାନ ଶ୍ରୀଲଙ୍କା ଦଳ ମଧ୍ୟ ଭାରତରେ ଟେଷ୍ଟ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇନି । 

ଶ୍ବ କ୍ରିକେଟ୍‌ର ୭୧ତମ ଖେଳାଳି ଭାବେ ବିରାଟ କୋହଲି ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିବେ। ସଂଯୋଗବଶତଃ କୋହଲି ମଧ୍ୟ ନିଜ ୭୧ତମ ଟେଷ୍ଟ ଶତକ ସନ୍ଧାନରେ ରହିବେ। ୨୦୦୮ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିବା ପରଠାରୁ କୋହଲି ୯୯ ଟେଷ୍ଟ ଖେଳି ୫୦.୩୯ ହାରରେ ୭୯୬୨ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୨୭ ଶତକ ଏବଂ ୨୮ ଅର୍ଦ୍ଧଶତକ। ଅଧିନାୟକ ଭାବେ କୋହଲି ୬୮ ଟେଷ୍ଟ‌ରେ ଭାରତର ନେତୃତ୍ବ ନେଇ ୪୦ ବିଜୟ ହାସଲ କରିଛି। ସେ ହେଉଛନ୍ତି ଭାରତର ସଫଳତମ ଟେଷ୍ଟ ଅଧିନାୟକ। ଅନ୍ୟସବୁ ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା କୋହଲି କିନ୍ତୁ ଆଜି ପର୍ଯ୍ୟନ୍ତ ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଗୋଟିଏ ହେଲେ ବି ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login