ନୂଆଦିଲ୍ଲୀ ; ଭାରତ-ପାକ ଉତ୍ତେଜନାକୁ ନେଇ ଜାତିସଂଘର ଉଦବେଗ ପ୍ରକାଶ । ଏସ.ଜୟଶଙ୍କର ଏବଂ ପାକ ପ୍ରଧାନମନ୍ତ୍ରୀଙ୍କୁ ଆସିଲା ଫୋନ କଲ । କଥା ହେଲେ ଜାତିସଂଘ ମହାସଚିବ ଆଣ୍ଟୋନିୟୋ ଗୁଟରେସ । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ୍ ଏବଂ ଭାରତର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସେ ଫୋନ୍ ଯୋଗେ ଅଲଗା ଅଲଗା କଥା ହୋଇଛନ୍ତି । ଏନେଇ ଜାତିସଂଘ ପକ୍ଷରୁ ନ୍ୟୁୟର୍କରେ ସୂଚନା ଦିଆଯାଇଛି । ଗତ ଏପ୍ରିଲ ୨୨ରେ ହୋଇଥିବା ଜମ୍ମୁ କାଶ୍ମୀରର ପହଲଗାମ ଆତଙ୍କୀ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ନ୍ୟାୟିକ ପ୍ରକ୍ରିୟାରେ ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି ଜାତିସଂଘ ମହାସଚିବ । ପରସ୍ପର ମୁହାଁମୁହିଁ ହେବାଠୁ ଦୂରେଇ ନରହିଲେ ସ୍ଥିତି ଜଟିଳ ହୋଇପାରେ ବୋଲି କହିଛନ୍ତି ଆଣ୍ଟୋନିଓ ଗୁଟେରେସ୍ ।
Views: 48