The Ultimate Managed Hosting Platform
ADVERTISEMENT

ଭାରତ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ,ମୁଖ୍ୟ ପ୍ରସଙ୍ଗ ଉପରେ ହେବ ଆଲୋଚନା

Facebook
Twitter
LinkedIn

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସନ୍ତା ସପ୍ତାହରେ ଭାରତ ଆସୁଛନ୍ତି  । ଏହି ଗସ୍ତ ସମୟରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ କରିବେ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମରେ ବୋରିସଙ୍କ ଭାରତ ଗସ୍ତକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । କାରଣ ଗୋଟିଏ ପଟେ ଭାରତ ଋଷ ଓ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ନିରେପକ୍ଷତା ରକ୍ଷା କରୁଛି ତ ବ୍ରିଟେନ ଖୋଲା ଖୋଲି ଭାବେ ୟୁକ୍ରେନକୁ ସମର୍ଥନ ଜାରି ରଖିଛି । ଏହି କାରଣରୁ ଲଣ୍ଡନ ଓ ନୂଆଦିଲ୍ଲୀ ମଧ୍ୟରେ ସଂପର୍କ ପୂର୍ବଭଳି ନାହିଁ ।

ଭାରତ ବିଦେଶ ମନ୍ତ୍ରଣାଳୟର ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ବୋରିସ ଜନସନ ଭାରତ ଆସୁଛନ୍ତି । ବୋରିସ ଏପ୍ରିଲ ୨୧ ଓ ୨୨ ତାରିଖ ଦୁଇଦିନ ଧରି ଭାରତରେ ରହିବେ । ଏହି ଗସ୍ତର ପ୍ରଥମ ଦିନରେ ବୋରିସ ଗୁଜୁରାଟ ଗସ୍ତ କରିବେ ଓ ଦ୍ୱିତୀୟ ଦିନରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବୋରିସ ଆର୍ଥିକ, ରକ୍ଷା, ସୁରକ୍ଷା ଓ ଟେକ୍ନୋଲୋଜୀ ସହାୟତା ଉପରେ ଆଲୋଚନା କରିପାରିନ୍ତି ବୋଲି ଅନୁମାନ କରାଯାଉଛି 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ

ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି ; ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ : ମଧ୍ୟାହ୍ନ ଭୋଜନରେ ଝିଟିପିଟି । ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁର ସରକାରୀ...

Login