ନୂଆଦିଲ୍ଲୀ : ଭାରତ-ଆମେରିକା ସମ୍ପର୍କ ଆହୁରି ଦୃଢ ପାଇଁ ଆହ୍ୱାନ । ଭାରତ-ଆମେରିକା ସମ୍ପର୍କ ଅତୁଟ । ଭାରତର ସ୍ୱାର୍ଥ ପ୍ରଥମେ, ତାପରେ ଯାହା । ମୋଦିଙ୍କୁ ଗ୍ରେଟ ଲିଡର କହିଲେ ଟ୍ରମ୍ପ । ଆଲୋଚନାରେ ସ୍ଥାନରେ ପାଇଲା ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ । ବର୍ତ୍ତମାନ ଯୁଗ ଯୁଦ୍ଧର ସମୟ ନୁହେଁ ବୋଲି କହିଲେ ମୋଦି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ଭାରତ ସାରା ବିଶ୍ୱରେ ଶାନ୍ତି କାମନା କରେ । ଯୁଦ୍ଧ ସମାପ୍ତ କରିବା ଲାଗି ଆଗକୁ ବଢୁଛୁ ବୋଲି କହିଛନ୍ତି ଟ୍ରମ୍ପ ।
ସେହିପରି ଇଣ୍ଡୋ-ପାସିଫିକ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଭାରତ ଓ ଆମେରିକା ଏକାଠି କାମ କରିବେ ବୋଲି ମୋଦି କହିଥିଲେ । ଅନ୍ୟପକ୍ଷରେ ଭାରତ ସହ ଅନେକ ଚମତ୍କାର ଟ୍ରେଡ୍ ଡିଲ୍ ହେବାକୁ ଥିବା କହିଛନ୍ତି ଟ୍ରମ୍ପ । ମୋଦିଙ୍କୁ ପ୍ରଶଂସା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ମୋଦିଙ୍କ ଜଣେ ମହାନ ନେତା ଏବଂ ଟପ୍ ନେଗୋସିଏଟର ବୋଲି କହିଛନ୍ତି ଟ୍ରମ୍ପ ।
୨୦୩୦ ସୁଦ୍ଧା ଭାରତ ଆମେରିକା ୫୦୦ ବିଲିଅନ ଡଲାର ବାଣିଜ୍ୟ କାରବାର ପାଇଁ ଲକ୍ଷ୍ୟ । ଆମେରିକା ଭାରତକୁ ଏଫ-୩୫ ଫାଇଟର ଜେଟ୍ ଯୋଗାଇବ। ଏହି ଅବସରରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ରମ୍ପଙ୍କୁ ଭେଟିବା ବେଳେ ମୋଦିଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ । ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ଟେସଲା ସିଇଓ ଏଲନ ମସ୍କ ଓ ତୁଲସି ଗାବାର୍ଡଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ।
ଭାରତ-ଆମେରିକା ସମ୍ପର୍କ ଅତୁଟ ; ମୋଦି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











