The Ultimate Managed Hosting Platform
ADVERTISEMENT

ଭାରତ-ଆମେରିକା ସମ୍ପର୍କ ଅତୁଟ ; ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ-ଆମେରିକା ସମ୍ପର୍କ ଆହୁରି ଦୃଢ ପାଇଁ ଆହ୍ୱାନ । ଭାରତ-ଆମେରିକା ସମ୍ପର୍କ ଅତୁଟ । ଭାରତର ସ୍ୱାର୍ଥ ପ୍ରଥମେ, ତାପରେ ଯାହା । ମୋଦିଙ୍କୁ ଗ୍ରେଟ ଲିଡର କହିଲେ ଟ୍ରମ୍ପ । ଆଲୋଚନାରେ ସ୍ଥାନରେ ପାଇଲା ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ । ବର୍ତ୍ତମାନ ଯୁଗ ଯୁଦ୍ଧର ସମୟ ନୁହେଁ ବୋଲି କହିଲେ ମୋଦି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ । ଭାରତ ସାରା ବିଶ୍ୱରେ ଶାନ୍ତି କାମନା କରେ । ଯୁଦ୍ଧ ସମାପ୍ତ କରିବା ଲାଗି ଆଗକୁ ବଢୁଛୁ ବୋଲି କହିଛନ୍ତି ଟ୍ରମ୍ପ ।
ସେହିପରି ଇଣ୍ଡୋ-ପାସିଫିକ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଭାରତ ଓ ଆମେରିକା ଏକାଠି କାମ କରିବେ ବୋଲି ମୋଦି କହିଥିଲେ । ଅନ୍ୟପକ୍ଷରେ ଭାରତ ସହ ଅନେକ ଚମତ୍କାର ଟ୍ରେଡ୍ ଡିଲ୍ ହେବାକୁ ଥିବା କହିଛନ୍ତି ଟ୍ରମ୍ପ । ମୋଦିଙ୍କୁ ପ୍ରଶଂସା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ମୋଦିଙ୍କ ଜଣେ ମହାନ ନେତା ଏବଂ ଟପ୍ ନେଗୋସିଏଟର ବୋଲି କହିଛନ୍ତି ଟ୍ରମ୍ପ ।
୨୦୩୦ ସୁଦ୍ଧା ଭାରତ ଆମେରିକା ୫୦୦ ବିଲିଅନ ଡଲାର ବାଣିଜ୍ୟ କାରବାର ପାଇଁ ଲକ୍ଷ୍ୟ । ଆମେରିକା ଭାରତକୁ ଏଫ-୩୫ ଫାଇଟର ଜେଟ୍ ଯୋଗାଇବ। ଏହି ଅବସରରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟ୍ରମ୍ପଙ୍କୁ ଭେଟିବା ବେଳେ ମୋଦିଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉପସ୍ଥିତ ଥିଲେ । ଟ୍ରମ୍ପଙ୍କୁ ଭେଟିବା ପୂର୍ବରୁ ଟେସଲା ସିଇଓ ଏଲନ ମସ୍କ ଓ ତୁଲସି ଗାବାର୍ଡଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login