The Ultimate Managed Hosting Platform
ADVERTISEMENT

ଭାରତୀୟ ବିମାନକୁ ଏୟାରସ୍ପେଶ ଦେଲାନି ପାକିସ୍ତାନ-ଡିଜିସିଏ

Facebook
Twitter
LinkedIn

ନୂଆଦିଲ୍ଲୀ : ଇଣ୍ଡିଗୋ ପାଇଲଟଙ୍କ ଅନୁରୋଧ ରଖିଲାନି ପାକିସ୍ତାନ । ଏୟାରସ୍ପେସ୍ ବ୍ୟବହାର ପାଇଁ ଦେଲାନି ଅନୁମତି । ହଠାତ୍ ଝଡ଼ବର୍ଷାର ସମ୍ମୁଖୀନ ହୋଇଥିବା ଦିଲ୍ଲୀ-ଶ୍ରୀନଗର ଉଡ଼ାଣରେ କାର୍ୟ୍ୟରତ ଇଣ୍ଡିଗୋ ପାଇଲଟ ଲାହୋର ଏୟାର ଟ୍ରାଫିକ କଣ୍ଟ୍ରୋଲଙ୍କୁ ଫୋନ କରିଥିଲେ । ପାକିସ୍ତାନ ଆକାଶପଥ ବ୍ୟବହାର କରି ଝଡ଼ବର୍ଷାକୁ ଏଡ଼ାଇବା ପାଇଁ ଅନୁମତି ମାଗିଥିଲେ । କିନ୍ତୁ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ପାକିସ୍ତାନ ।
ପୂରା ଘଟଣା ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ବା ଡିଜିସିଏ ତଦନ୍ତ କରୁଛି। ବୁଧବାର ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ବିମାନ ଜରୁରୀ ଅବତରଣ କରିଥିଲା । ପ୍ରତିକୂଳ ପାଗ ଏବଂ କୁଆପଥର ମାଡ ଯୋଗୁଁ ମଝି ଆକାଶରେ ବିମାନ ଟଳମଳ ହୋଇଥିଲା ବିମାନରେ ୨୨୭ ଜଣ ଯାତ୍ରୀ ଥିଲେ । ଏହି ବିମାନରେ TMC ସାଂସଦ ସାଗରିକା ଘୋଷଙ୍କ ସମେତ ୫ ଜଣ ସଦସ୍ୟ ଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login