ନୂଆଦିଲ୍ଲୀ : ବାୟୁସେନାର ହେଲିକପ୍ଟର ଜରୁରୀ ଅବତରଣ । ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ବାୟୁସେନାର ହେଲିକପ୍ଟର ଜରୁରୀ ଅବତରଣ କରିଛି । ତେବେ ହେଲିକପ୍ଟରରେ ବୈଷୟିକ ତ୍ରୁଟ ଯୋଗୁଁ ନିକଟରେ ଥିବା ବିଲରେ ଭାରତୀୟ ବାୟୁସେନାର ଏକ ଆପାଚି ଆଟାକ୍ ହେଲିକପ୍ଟର୍ ଜରୁରୀ ଅବତରଣ କରିଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଛି । ତେବେ ଘଟଣାରେ କିଛି ଅଘଟଣ ଘଟିନି । ପାଇଲଟ ସୁରକ୍ଷିତ ରହିଛନ୍ତି । ଖବର ଅନୁସାରେ, ଜଖାନୌଲି ଗାଁ ଅନ୍ତର୍ଗତ ବିଲରେ ବାୟୁସେନାର ଏଏଚ୍ ୬୪ଇ ଆପାଚି ହେଲିକପ୍ଟରଟି ଜରୁରୀ ଅବତରଣ କରିଛି। ହେଲିକପ୍ଟରର ପାଇଲଟ୍ ସୁରକ୍ଷିତ ରହିଛନ୍ତି । ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟର୍ ଜରୁରୀ ଅବତରଣ କରିଥିବା ଖବର ମିଳିଛି ।
Views: 80