ପାରାଦୀପ : ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ମକଡ୍ରିଲ । ସମୁଦ୍ର କୂଳଠାରୁ ୩୫ କିଲୋମିଟର ଗଭୀର ସମୁଦ୍ର ଯାଏଁ ମକ୍ ଡ୍ରିଲ୍ କରାଯାଉଛି । ଜାହାଜରୁ ତେଲ ଲିକ୍ ହୋଇ ସମୁଦ୍ରଜଳକୁ ପ୍ରଦୂଷିତ କରିଥାଏ । ଯାହା ସମୁଦ୍ରରେ ଥିବା ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ । ଯଦି କୌଣସି ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୁଏ କିମ୍ବା ତୈଳ ଜାହାଜରୁ ତୈଳ ବାହାରେ, ଏହାର ମୁକାବିଲା ପାଇଁ ଆମେ କେତେ ସମର୍ଥ ? ଏହାର ଏକ ଡେମୋ ବା ମକ୍ ଡ୍ରିଲ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ସମୁଦ୍ରରେ ଘନ ଘନ ପଇଁନ୍ତରା ମାରୁଛି କୋଷ୍ଟଗାର୍ଡ ଜାହାଜ ।
Views: 66











