ଇରାନ : ଭାରତୀୟଙ୍କ ପାଇଁ ଭିସା ଫ୍ରି ଏଣ୍ଟ୍ରି ବନ୍ଦ କରିଛି ଇରାନ । ୨୨ ନଭେମ୍ବର ୨୦୨୫ଠାରୁ ଏହା ଲାଗୁ ହେବ । ଚାକିରି ନାଁରେ ଇରାନକୁ ନେଇ ଭାରତୀୟଙ୍କୁ କିଡନାପିଂ କରାଯାଉଥିବା ଅଭିଯୋଗ ପରେ ଏଭଳି ନିଷ୍ପତ୍ତି ନେଇଛି ଇରାନ । ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଏନେଇ ସତର୍କ କରାଇଥିଲା । ଭିସା ଫ୍ରି ଲାଭ ଉଠାଇ ଭାରତୀୟଙ୍କୁ ଚାକିରି ଓ ଅନ୍ୟାନ୍ୟ ଲୋଭ ଦେଖାଇ ଡାକିବା ପରେ ତାଙ୍କୁ ଅପହରଣ କରାଯାଉଥିବା ଭଳି ବହୁ ମାମଲା ସାମନାକୁ ଆସିଥିଲା । ତେବେ ନୂଆ ନିୟମ ଅନୁସାରେ ଏଣିକି ଇରାନ ଯାତ୍ରା କରିବାକୁ ହେଲେ, ଆଗୁଆ ଭିସା ପାଇଁ ଆବେଦନ କରିବାକୁ ପଡ଼ିବ । ଏପରିକି ଇରାନକୁ କେବଳ ଟ୍ରାନଜିଟ୍ ରୁଟ୍ ପାଇଁ ବ୍ୟବହାର କଲେ ମଧ୍ୟ ଭିସା ବାଧ୍ୟତାମୂଳକ କରାଯାଇଛି ।
Views: 59











