The Ultimate Managed Hosting Platform
ADVERTISEMENT

ଭାରତର କ୍ଲିନ୍ ସୁଇପ, ଶେଷ ମ୍ୟାଚରେ ୧୭ରନରେ ୱେଷ୍ଟଇଣ୍ଡିଜକୁ ହରାଇଲା ଭାରତ

Facebook
Twitter
LinkedIn

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆନ୍ତର୍ଜାତୀୟ ଟି୨୦ କ୍ରିକେଟ୍ ସିରିଜରେ ଭାରତ କ୍ଲିନ ସୁଇପ ହାସଲ କରିଛି। ରବିବାର ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତ ୧୭ ରନ୍‌ରେ ଭ୍ରମଣକାରୀ ଦଳକୁ ପରାସ୍ତ କରିଛି। ଘରୋଇ ଦଳ ପକ୍ଷରୁ ଧାର୍ଯ୍ୟ ୧୮୫ ରନ୍‌ର ପିଛା କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା। ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ଭାରତ କରିଥିଲା ୧୮୪ ରନ୍ । ଶେଷ ୫ ଓଭରରେ ଧୁଆଁଧାର ବ୍ୟାଟିଂ କରିଥିଲେ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟର । ସୂର୍ଯ୍ୟକୁମାର ଯାଦବ ମାତ୍ର ୩୧ଟି ବଲ୍ ଖେଳି ୬୫ ରନ୍ କରିଥିବା ବେଳେ ଭେଙ୍କଟେଶ ଆୟର ୧୯ ବଲରେ ୩୫ ରନ୍ କରି ଅପରାଜିତ ରହିଥିଲେ ।

ଫଳରେ ୱେଷ୍ଟଇଣ୍ଡିଜ୍ ଆଗରେ ୧୮୫ ରନର ବିଶାଳ ଲକ୍ଷ୍ୟ ରଖିଥିଲା ଭାରତ । ଏହି ଟାର୍ଗେଟକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା ୱେଷ୍ଟଇଣ୍ଡିଜ୍ । ପ୍ରାରମ୍ଭିକ ଯୋଡି ଶୀଘ୍ର ଆଉଟ୍ ହୋଇଯିବା ପରେ ନିକୋଲାସ୍ ପୁରନ୍ ଲଢ଼ୁଆ ପ୍ରଦର୍ଶନ କରିଥିଲେ । ନିକୋଲାସ୍ ପୁରନ୍ ସର୍ବାଧିକ ୬୧ ରନ୍ କରିଥିବା ବେଳେ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା ୱେଷ୍ଟଇଣ୍ଡିଜ୍ । ଫଳରେ ବିଜୟ ଲକ୍ଷ୍ୟରୁ ପଛରେ ପଡିଯାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୬୭ ରନ୍ କରିବାକୁ ସମର୍ଥ ହୋଇଥିଲା ଦଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

ADVERTISEMENT

Login