The Ultimate Managed Hosting Platform
ADVERTISEMENT

ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ

Facebook
Twitter
LinkedIn

ଜଗତସିଂହପୁର (ଲୋକନାଥ ସାହୁ ): ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟ ଠାରେ ରାଜୀବ ଗାନ୍ଧୀଙ୍କ ତୈଳ ଚିତ୍ରରେ ଓ ସ୍ଥାନୀୟ ଚର୍ଚ୍ଚିକା ବଜାର ସ୍ଥିତ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନ ଠାରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ରାଜୀବ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରାଯାଇଥିଲା। ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣି ପଞ୍ଚାୟତ ପ୍ରତିନିଧିମାନଙ୍କୁ କ୍ଷମତା ପ୍ରଦାନ କରିବା, ମହିଳା ମାନଙ୍କୁ ସଂରକ୍ଷଣ ପ୍ରଦାନ କରିବା, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ,୧୮ ବର୍ଷର ଯୁବକ, ଯୁବତୀ ମାନଙ୍କୁ ଭୋଟ ଦେବା ପାଇଁ ସାମ୍ବିଧାନିକ ଅଧିକାର ଦେବା ଆଦି କାର୍ୟ୍ୟ ପାଇଁ ରାଜୀବ ଗାନ୍ଧୀ ଜନମାନସରେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମତପ୍ରକାଶ ପାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ପ୍ରମୁଖ ଯୋଗଦେଇ ଭାରତରତ୍ନ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କଂଗ୍ରେସ କର୍ମୀଙ୍କ ହଲ୍ଲାବୋଲ୍

କଂଗ୍ରେସର ନାରୀ ନ୍ୟାୟ ପଦଯାତ୍ରା

ଭୁବନେଶ୍ୱର : ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସର ପଦଯାତ୍ରା । ବଳଙ୍ଗାଠାରୁ ନିମାପଡ଼ା ପର୍ୟ୍ୟନ୍ତ ପଦଯାତ୍ରା କରୁଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସଙ୍କ...

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ରୁଷରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ରୁଷରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା । ୟୁଏସଜିଏସ ଭୂମିକମ୍ପ କହିଛି,...

ADVERTISEMENT
ବିଧାନସଭାରେ ୫ଟି ଝଡ, ଚିହିଁକି ଉଠିଲା ବିଜେଡି

ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ...

Login