ନୂଆଦିଲ୍ଲୀ : ଆଜିକାଲି ହାର୍ଟ ଆଟାକ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚାଲୁଥିବା ଲୋକର ହୃଦଘାତରେ ମୃତ୍ୟୁ ଘଟୁଛି। ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହୋଇସାରିଛି। ଏବେ ପୁଣିଥରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ବିବାହ ସମାରୋହରେ ଷ୍ଟେଜ୍ ଉପରେ ଚଢ଼ି ଖୁବ୍ ନାଚୁଛନ୍ତି। ହେଲେ ଏହାର କିଛି ସମୟ ପରେ ହଠାତ୍ ସେ ତଳେ ବସିପଡ଼ୁଛନ୍ତି ଏବଂ ସେହି ସ୍ଥାନରେ ହିଁ ଟଳି ପଡ଼ୁଛନ୍ତି। ଏଥିରେ ତାଙ୍କର ମୃତ୍ୟୁ ଘଟୁଛି। ରିପୋର୍ଟ ମୁତାବକ, ମାମଲା ଛତିଶଗଡ଼ର। ଏଠାରେ ଜଣେ ବ୍ୟକ୍ତି ନିଜ ଭାଣିଜୀର ବିବାହରେ ସାମିଲ ହେବାକୁ ଯାଇଥିଲେ। ଖୁସିରେ ସେ ଷ୍ଟେଜ୍ ଉପରେ ନାଚୁଥିଲେ। ସାଥୀରେ ଥିଲେ ତାଙ୍କ ଭାଣିଜୀ, ଭାଣିଜୀର ସ୍ୱାମୀ ଏବଂ ଅନ୍ୟ ଜଣେ ବ୍ୟକ୍ତି। କିନ୍ତୁ ଏହି ସମୟରେ ହଠାତ୍ ସେ ଷ୍ଟେଜ୍ ଉପରେ ବସି ପଡ଼ିଥିଲେ ଏବଂ ବସିବାର କିଛି ସମୟ ପରେ ଟଳି ପଡ଼ିଥିଲେ। ଘଟଣା ୫ ମେ’ର ବୋଲି କୁହାଯାଉଛି।
ସୂଚନା ମୁତାବକ, ମୃତକଙ୍କ ନାମ ଦିଲ୍ଲୀପ ରାଉତକାର। ସେ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଥିଲେ। ଦିଲ୍ଲୀପ ଟଳିପଡ଼ିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ମୁତାବକ, ହାର୍ଟ ଆଟାକ୍ରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଛି।
ଭାଣିଜୀ ବିବାହରେ ଧୁମ୍ ନାଚୁ ନାଚୁ ହଠାତ୍ ବସିପଡ଼ି ଟଳିପଡ଼ିଲେ ଇଞ୍ଜିନିୟର ମାମୁଁ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











