ନୂଆଦିଲ୍ଲୀ : ଆଜିକାଲି ହାର୍ଟ ଆଟାକ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଚାଲୁଥିବା ଲୋକର ହୃଦଘାତରେ ମୃତ୍ୟୁ ଘଟୁଛି। ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହୋଇସାରିଛି। ଏବେ ପୁଣିଥରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ବିବାହ ସମାରୋହରେ ଷ୍ଟେଜ୍ ଉପରେ ଚଢ଼ି ଖୁବ୍ ନାଚୁଛନ୍ତି। ହେଲେ ଏହାର କିଛି ସମୟ ପରେ ହଠାତ୍ ସେ ତଳେ ବସିପଡ଼ୁଛନ୍ତି ଏବଂ ସେହି ସ୍ଥାନରେ ହିଁ ଟଳି ପଡ଼ୁଛନ୍ତି। ଏଥିରେ ତାଙ୍କର ମୃତ୍ୟୁ ଘଟୁଛି। ରିପୋର୍ଟ ମୁତାବକ, ମାମଲା ଛତିଶଗଡ଼ର। ଏଠାରେ ଜଣେ ବ୍ୟକ୍ତି ନିଜ ଭାଣିଜୀର ବିବାହରେ ସାମିଲ ହେବାକୁ ଯାଇଥିଲେ। ଖୁସିରେ ସେ ଷ୍ଟେଜ୍ ଉପରେ ନାଚୁଥିଲେ। ସାଥୀରେ ଥିଲେ ତାଙ୍କ ଭାଣିଜୀ, ଭାଣିଜୀର ସ୍ୱାମୀ ଏବଂ ଅନ୍ୟ ଜଣେ ବ୍ୟକ୍ତି। କିନ୍ତୁ ଏହି ସମୟରେ ହଠାତ୍ ସେ ଷ୍ଟେଜ୍ ଉପରେ ବସି ପଡ଼ିଥିଲେ ଏବଂ ବସିବାର କିଛି ସମୟ ପରେ ଟଳି ପଡ଼ିଥିଲେ। ଘଟଣା ୫ ମେ’ର ବୋଲି କୁହାଯାଉଛି।
ସୂଚନା ମୁତାବକ, ମୃତକଙ୍କ ନାମ ଦିଲ୍ଲୀପ ରାଉତକାର। ସେ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଥିଲେ। ଦିଲ୍ଲୀପ ଟଳିପଡ଼ିବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ମୁତାବକ, ହାର୍ଟ ଆଟାକ୍ରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଛି।
ଭାଣିଜୀ ବିବାହରେ ଧୁମ୍ ନାଚୁ ନାଚୁ ହଠାତ୍ ବସିପଡ଼ି ଟଳିପଡ଼ିଲେ ଇଞ୍ଜିନିୟର ମାମୁଁ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











