ଆଠଗଡ଼: ଭାଇ ଭଉଣୀଙ୍କୁ ନିର୍ଯ୍ୟାତନା ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ବାପା ଓ ସାବତ ମାଆଙ୍କୁ ଗିରଫ କରିଛି ଆଠଗଡ ଥାନା ପୋଲିସ । ନିର୍ଯ୍ୟାତିତ ନାବାଳକ ଓ ନାବାଳିକାଙ୍କ ମାଙ୍କ ଏତଲା ଆଧାରରେ ଗିରଫ । ବିସ୍କୁଟ ଖଣ୍ଡେ ଖାଇଦେବାରୁ ଉଭୟଙ୍କୁ ଅମାନୁଷିକ ପିଟିଥିଲା ସାବତ ମା । ସୂଚନା ଅନୁଯାୟୀ ଦୀର୍ଘଦିନ ଧରି ଦୁଇ ଜଣକୁ ଘର ଭିତରେ ବନ୍ଦ କରି ରଖିବା ସହ ହାତ ଗୋଡ ବାନ୍ଧି ବାପା ଓ ସାବତ ମାଆ ଦେଉଥିଲେ ଅକଥନୀୟ ନିର୍ୟାତନା । ଶଇତାନ ବାପା ମାଆ ପାଖରୁ ଖସି ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଦୁହେଁ ଉଦ୍ଧାର ହୋଇଛନ୍ତି । ଆଠଗଡ ଥାନା ଅଶୋକ ନଗର ଅଞ୍ଚଳର ଏହି ଘଟଣା । ବାଙ୍କୀ ପାର୍ଥପୁର ଅଞ୍ଚଳର ସୁନିଲ କୁମାର ନନ୍ଦ ନିଜ ସ୍ତ୍ରୀକୁ ଛାଡି ଯାଜପୁର ଅଞ୍ଚଳର ଜଣେ ମହିଳାଙ୍କୁ ଧରି ଆଠଗଡ ଅଶୋକ ନଗରରେ ରହୁଛନ୍ତି। ହେଲେ ପ୍ରଥମ ସ୍ତ୍ରୀର ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅକୁ ନିଜ ପାଖରେ ରଖିଛନ୍ତି। ହେଲେ ଉଭୟଙ୍କୁ ଅକଥନୀୟ ନିର୍ୟ୍ୟାତନା ଦେଉଥିବା କହିଛନ୍ତି ଉଦ୍ଧାର ହୋଇଥିବା ଦୁଇ ଶିଶୁ ।
Views: 85